ହଳଦୀ କିଏ ମାଖିଦେଲା ଦେହରେ ତୋର

ମେହେନ୍ଦି କିଏ ନାଇ ଦେଲା ହାତରେ ତୋର..(2)

କାହାପାଇଁ ପିନ୍ଦିଲୁ ସିନ୍ଦୁର….
ମୋ ସିନ୍ଦୁର କୁ କରି ଫିକା ଅବିର……


ଭୁଲିନାହିଁ ତୁମର ସେ ଗାଁ ମନ୍ଦିର
ନେଇଥିଲୁ ମୋ ହାତରୁ ଟୋପେ ସିନ୍ଦୁର


କଥା ଦେଇ ଭାଙ୍ଗିଦେଲୁ ହୃଦୟ ମୋର
ନୂଆ ସାଥି ବାଝିଲେନୁ ହେଲି ମୁଁ ପର

କାହାପାଇଁ ପିନ୍ଧିଲୁ ସିନ୍ଦୁର
ମୋ ସିନ୍ଦୁର କରି ପିକା ଅବିର
ତୁ ଫିକା ଅବିର…..

ହଳଦୀ କିଏ ମାଖିଦେଲା ଦେହରେ ତୋର
ମେହେନ୍ଦି କିଏ ନାଇ ଦେଲା ହାତରେ ତୋର…

କେତେଆସ କରିରହି ଥିଲା ସାଗର
ନଦିବାଟ ଭାଙ୍ଗି ହେଲା ଆଉ କାହାର

ମୋ ସ୍ମୃତି ଲିଭିଗଲା ଛାତିରୁ ତୋର
ତୋ ବାଟ ଚାହିଁ ଲୁହ ଶୁଖୁନି ମୋର

କାହାପାଇଁ ପିନ୍ଦିଲୁ ସିନ୍ଦୁର
ମୋ ସିନ୍ଦୁର କୁ କରି ଫିକା ଅବିର
ତୁ ଫିକା ଅବିର…..

ହଳଦୀ କିଏ ମାଖିଦେଲା ଦେହ ରେ ତୋର
ମେହେନ୍ଦି କିଏ ନାଇଦେଲା ହାତରେ ତୋର.. (2)